ଆୟୁର୍ବେଦୀୟ ଚିକିତ୍ସା

( ରୋଗୀ , ରୋଗ , ଚିକିତ୍ସା ଓ ଚିକିତ୍ସକ )
A physician who fails to enter the body and mind of a patient with the lamp of knowledge and understanding can never treat diseases.
( ଜଣେ ମହାନ ଚିକିତ୍ସକ ହୋଇଥିଲେ ବି, ରୋଗୀର ଦେହ ଓ ମନ କୁ  ସଂପୂର୍ଣ୍ଣ ଅନୁଶୀଳନରେ ବ୍ୟର୍ଥହେଲେ ରୋଗଚିକିତ୍ସା  ମଧ୍ୟ କଦାପି ସଫଳ ହୋଇପାରିବ ନାହିଁ )           
 
'ରୋଗ' ର ଚିକିତ୍ସା  ଓ  'ରୋଗୀ' ର ଚିକିତ୍ସା  ସଂପୂର୍ଣ୍ଣ   ଅଲଗା  କଥା । ଆଜିକାଲି  'ରୋଗ'  ଚିକିତ୍ସା ର  ବହୁଳ ପ୍ରଚାର  ଓ  ପ୍ରସାର 'ରୋଗୀ'   ଚିକିତ୍ସାର  ଆବଶ୍ୟକତାକୁ  ଅସ୍ଵୀକାର କରୁଛି l ଫଳତଃ ,
କୋଷୀୟ ସ୍ତରରେ ଭୟଙ୍କର  ଅସ୍ଵାଭାବିକତା  ଶରୀରରେ ହୃଦରୋଗ( Heart Disease) , କର୍କଟ(Cancer)  ଓ  ମଧୁମେହ (Diabetes)  ଆଦି  ଅନେକ ଅସାଧ୍ୟ ପରିସ୍ଥିତି ସୃଷ୍ଟି କରୁଛି । ରୋଗର କାରଣ ଓ ନିରାକରଣର  ତଥ୍ୟଭିତ୍ତିକ ଆୟୁର୍ବେଦୀୟ-ଚିକିତ୍ସାପ୍ରଣାଳୀକୁ  ପ୍ରୟୋଗାତ୍ମକ ମାନସିକତାରୁ ଦୂରେଇରଖିବା , ପ୍ରାକୃତିକ ଦିନଚର୍ଯା ପାଇଁ ବିତସ୍ପୃହତ ହେବା ଓ ବ୍ୟାବହାରିକ ଅସାତ୍ତ୍ଵିକତାକୁ  ଦୈନନ୍ଦିନ  ଜୀବନଶୈଳୀରେ  ସାମିଲ କରେଇବା ର  ଭୟାବହତାକୁ  ଏବେ ପ୍ରାୟ  ଊଣାଅଧିକେ ଉପଲବଧି କଲେଣି । ପ୍ରାକୃତିକ ଦିନଚର୍ଯା ସମ୍ବନ୍ଧରେ ସଚେତନ ହେବାର ସମୟ ଆସିଲାଣି । କେବଳ ଅଳସୁଆ ମନୋବୃତ୍ତି ଏସବୁର  ବ୍ୟାବହାରିକ ଓ ପ୍ରୟୋଗାତ୍ମକ ପ୍ରୟାସ ପାଇଁ  ବାଧକ ସାଜୁଛି । ତଥ୍ୟଭିତ୍ତିକ  ଅବଧାରଣା  ଓ ପ୍ରୟୋଗାତ୍ମକ  ଅଭିରୋଚି ସଂପନ୍ନ  ନିରୋଗ ସମାଜ  ଗଠନରେ  ଆସନ୍ତୁ  ଆମେ ସମସ୍ତେ  ସାମିଲ  ହେବା  ଓ ଏକ  ନୂଆ  ଦୁନିଆ ଗଢିବା ।
Picture
 
ସମଦୋଷ ( ବାତଦୋଷ , ପିତ୍ତଦୋଷ ଓ  କଫଦୋଷ ର ସମାନତା ) , ସମାଗ୍ନିଶ୍ଚ ( କ୍ଷୁଧାଗ୍ନି ଓ ପାଚକାଗ୍ନି ର ସମାନତା ) , ସମଧାତୁ ( ସପ୍ତଧାତୁ ର ସମାନତା- ଅର୍ଥାତ ରସଧାତୁ, ରକ୍ତଧାତୁ, ମାଂସଧାତୁ, ମେଦଧାତୁ , ଅସ୍ଥିଧାତୁ, ମଜ୍ଜାଧାତୁ ଓ ଶୁକ୍ରଧାତୁ ର ସମାନତା ) , ମଲକ୍ରିୟା (ମଳ,ମୂତ୍ର ଓ ସ୍ଵେଦ ର ସ୍ଵଭାବିକତା ) , ପ୍ରସନ୍ନାତ୍ମା-ଇନ୍ଦ୍ରିୟ-ମନ ( ଆତ୍ମା, ମନ ଓ ଇନ୍ଦ୍ରିୟ ର ପ୍ରସନ୍ନତା)
 
ଆଚାର୍ଯ୍ୟ ସୁଶ୍ରୁତ ଙ୍କ ମତରେ ଉପରୋକ୍ତ ମତେ ଶରୀର,ମନ,ଆତ୍ମା ଓ ଇନ୍ଦ୍ରିୟ ର ଯଥାବତ ସନ୍ତୁଳନ ହିଁ  ଉତ୍ତମ ସ୍ୱାସ୍ଥ୍ୟ । ପ୍ରାକୃତିକ ଦିନଚର୍ଯା ହିଁ ଏହି  ସନ୍ତୁଳନକୁ  ବଜାୟ ରଖିବାର  ଏକମାତ୍ର  ମାର୍ଗ । ଏହି ଦିନଚର୍ଯା  ଏକ ବିଧିବଦ୍ଧ ସମୟାନୁକ୍ରମିକ ପ୍ରକରଣ । ଏହାର ବ୍ୟତିକ୍ରମ ସମସ୍ତ ରୋଗର ମୂଳ କାରଣ । ତେଣୁ , ଜୀବନଶୈଳୀ ସୁବ୍ୟବସ୍ଥିତ ହେବା ନିତାନ୍ତ ଜରୁରୀ । ପ୍ରକୃତି ସହିତ ସିଧାସଳଖ ସମନ୍ଵୟ ସ୍ଥାପନ ନହେବାପର୍ଯ୍ୟନ୍ତ  କୋଷୀୟସ୍ତରର ପୌଷ୍ଟିକରଣ  ବାଧାପ୍ରାପ୍ତ ହୁଏ । ଜୀବକୋଷର  ଅସ୍ଵାଭାବିକତା ହିଁ  ଶରୀରକୁ ରୋଗାକ୍ରାନ୍ତ କରାଏ ।  ପ୍ରକୃତି ସହିତ ସିଧାସଳଖ ସମନ୍ଵୟ ସ୍ଥାପନ କରିବାର ଅର୍ଥ - ଏକ  ନିର୍ଦ୍ଦିଷ୍ଟ ସମୟର  ଦୈନନ୍ଦିନ କାର୍ଯ୍ୟପ୍ରଣାଳୀ , ଅର୍ଥାତ, ଠିକ ସମୟରେ ଶୋଇବା, ଉଠିବା, ମଳମୂତ୍ର ତ୍ୟାଗ କରିବା, ଉପଯୁକ୍ତ ଖାଦ୍ୟ-ପାନୀୟ ଗ୍ରହଣ କରିବା ଇତ୍ୟାଦି ଇତ୍ୟାଦି ।

​ଯେକୌଣସି ରୋଗର ଯେକୌଣସି ଲକ୍ଷଣ ଦେଖାଯିବାର ଯଥେଷ୍ଟ ପୂର୍ବରୁ ମନ (mind) ଉପରେ ହିଁ ପ୍ରଥମେ  ସୂଚନା ଦେଇଥାଏ  । ଶରୀର ରୋଗଗ୍ରସ୍ତ ହେବା ପୂର୍ବରୁ  ମନ ବିକାରଗ୍ରସ୍ତ ହୁଏ ।  ଏହି ବିକାରଗ୍ରସ୍ତ ମନକୁ ବୁଝିପାରି ଯଦି ଉପଯୁକ୍ତ ଚିକିତ୍ସା କରାଯାଏ ତେବେ ଶାରୀରିକ ରୋଗ ଏଡେଇ ଦିଆଯାଇପାରେ । ଏଥିପାଇଁ ଆମକୁ ସେଇ ପୂର୍ବ ଆୟୁର୍ବେଦୀୟ ବ୍ୟବସ୍ଥା  ଆପଣେଇବାକୁ ପଡିବ ।  

ପଞ୍ଚକୋଷ ଶରୀର ର ଚିକିତ୍ସା ବିଧି

ବାତ ବିକୃତି ଜନୀତ ରୋଗ ଓ ଚିକିତ୍ସା
ପିତ୍ତ ବିକୃତି ଜନୀତ ରୋଗ ଓ ଚିକିତ୍ସା
କଫ ବିକୃତି ଜନୀତ ରୋଗ ଓ ଚିକିତ୍ସା
ବାତ /ପିତ୍ତ ​ଜନୀତ ରୋଗ ଓ ଚିକିତ୍ସା
ପିତ୍ତ /କଫ ​ଜନୀତ ରୋଗ ଓ ଚିକିତ୍ସା
କଫ /ବାତ ​ଜନୀତ ରୋଗ ଓ ଚିକିତ୍ସା
ତ୍ରିଦୋଷ ବିକୃତି ​ଜନୀତ ରୋଗ ଓ ଚିକିତ୍ସା